ଆସନ୍ତା ନିର୍ବାଚନରେ କଟିବ ବସନ୍ତଙ୍କ ଟିକେଟ୍, ବିଶ୍ୱାସ ରେ ବିଷ ଦେବେ ଧର୍ମେନ୍ଦ୍ର

 
basant

ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ଟିକେଟ୍ ପାଇଁ ରାଜନୈତିକ ଦଳ ଗୁଡିକରେ ଟଣାଓଟରା ଦେଖିବାକୁ ମିଳିଲାଣି। ଖାସ୍ କରି ରାଜ୍ୟ ବିଜେପି ଦଳରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଏବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଟଳମଳ ହେଉଥିବା ଶୁଣିବାକୁ ମିଳୁଛି।

ଚଳିତ ବର୍ଷ କଳାହାଣ୍ଡିରୁ ବସନ୍ତଙ୍କର ଟିକେଟ କାଟିବ ବୋଲି ଜୋରଦାର୍ ଖବର ଆସୁଛି। କେବଳ ସେତିକି ନୁହେଁ ବରଂ ଏଥିପାଇଁ ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ ପ୍ଲଟ ପ୍ରସ୍ତୁତ କରୁଥିବା କୁହାଯାଉଛି। ଏଭଳି ପରିସ୍ଥିତିରେ ବସନ୍ତଙ୍କ ମୁଣ୍ଡବିନ୍ଧା ଆରମ୍ଭ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଧର୍ମେନ୍ଦ୍ର ତାଙ୍କୁ ଧୋକା ଦେବେ ବୋଲି ବସନ୍ତ ବୋଧେ ସ୍ୱପ୍ନରେ ଭାବିନଥିବେ କିନ୍ତୁ ଏହା ହିଁ ସ୍ପଷ୍ଟ ଚିତ୍ର ଭାବରେ ସାମ୍ନାକୁ ଆସୁଛି।

Dharmendra

ତେବେ, ଏଠାରେ ପ୍ରଶ୍ନ ଉଠେ ବର୍ତ୍ତମାନ ସାଂସଦ ରହିଥିଲେ ହେଁ କଣ ପାଇଁ ବସନ୍ତଙ୍କ ଟିକେଟ୍ କଟିବ? ଏହାର ପ୍ରମୁଖ କାରଣ ଅର୍କକେଶରୀ ଦେଓ ବୋଲି ଜଣାପଡିଛି। କାରଣ ଆଗାମୀ ନିର୍ବାଚନ ପାଇଁ ଅର୍କକେଶରୀଙ୍କୁ କଳାହାଣ୍ଡିରୁ ଟିକେଟ୍ ଦେବକୁ କୁଆଡେ ସମର୍ଥନ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଦାନ। ତେଣୁ, ଏଥିପାଇଁ ଦିଲ୍ଲୀରୁ ହିଁ ବସନ୍ତଙ୍କ ପର କାଟିବା ପାଇଁ ଯୋଜନା ଆରମ୍ଭ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମଧ୍ୟ କଳାହାଣ୍ଡି ସାଂସଦ ରହି ଆସିଛନ୍ତି ଅର୍କକେଶରୀ। ଏବେ ବିଜେପି ପକ୍ଷରୁ ଟିକେଟ ମିଳିବା ନେଇ ଏକପ୍ରକାର ନିଶ୍ଚିତ ହେବାପରେ ହିଁ ସେ ଦଳରେ ଯୋଗ ଦେଇଛନ୍ତି। ଖାସ୍ କରି ତାଙ୍କ ମୁଣ୍ଡ ଉପରେ ଧର୍ମେନ୍ଦ୍ରଙ୍କ ହାତ ରହିଥିବା କୁହାଯାଉଛି। ତେବେ, ଏଠାରେ ପ୍ରଶ୍ନ ଉଠେ କଣ ପାଇଁ ଧର୍ମେନ୍ଦ୍ର ଅର୍କଙ୍କୁ ବସନ୍ତଙ୍କ ସ୍ଥାନ ଦେବାକୁ ଚାହୁଁଛନ୍ତି।

Basant

ସାଂସଦ ହେବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ନିହାତି ଖାସ୍ ରହିଥିଲେ ବସନ୍ତ। ଏପରିକି ଏଥିପାଇଁ ତାଙ୍କୁ ମୋଫତରେ ସଭାପତି ଦାୟିତ୍ୱ ମଧ୍ୟ ଦିଆଯାଇଥିବା କୁହାଯାଏ। କିନ୍ତୁ, ସାଂସଦ ହେବାପରେ ଧର୍ମେନ୍ଦ୍ରଙ୍କୁ ଧରାଛୁଆଁ ଦେଉନଥିଲେ ବସନ୍ତ। ଏପରିକି କଳାହାଣ୍ଡି ଉପରେ ଏକଛତ୍ରବାଦ ଶାସନ କରିବା ସହିତ ଧର୍ମେନ୍ଦ୍ରଙ୍କ ବିରୋଧି ଗୋଷ୍ଠୀଙ୍କ ସହିତ ବସନ୍ତ ହାତ ମିଳାଇଥିବା ମଧ୍ୟ କୁହାଯାଏ। ଯେଉଁଥିପାଇଁ ଏବେ ଧର୍ମେନ୍ଦ୍ର ବସନ୍ତଙ୍କ ଚେର କାଟିବା ପାଇଁ ଅର୍କଙ୍କୁ ସମର୍ଥନ କରୁଛନ୍ତି। ତେବେ, ଆଗକୁ ଏହି ରାଜନୈତିକ ଖେଳ କେଉଁଆଡକୁ ମୁହାଁଉଅଛି ତାହା ଦେଖିବା ବାକି ରହିଲା।

ଆହୁରି ପଢ଼ନ୍ତୁ:- ବିବାହିତ ମହିଳାଙ୍କର ଏହି ସବୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଆଜିକାର ଯୁବକ, ଜାଣନ୍ତୁ ପୁରା ଖବର