ଦେଖନ୍ତୁ ଭିଡିଓ: ପୁଣିଥରେ ନିର୍ବାଚନ ମଇଦାନରେ ବେଣୁ ମଉସା, ହରେଇବେ ବଡ଼ ଦଳକୁ, କେମିତି କରିବେ ଫାଇଟ୍ ଶୁଣନ୍ତୁ ତାଙ୍କ ମୁହଁରୁ
ନିର୍ବାଚନ ସମୟରେ ଲୋକେ ବିଜେଡି, ବିଜେପି ଓ କଂଗ୍ରେସ ର ନାରା ଲଗାଉଥିବା ବେଳେ ଲୋକଙ୍କ ସେବା କରିବା ପାଇଁ ଏକା ଅଣ୍ଟା ଭିଡିଛନ୍ତି ବେଣୁ ମଉସା । କୌଣସି ଦଳର ସମର୍ଥନ ଥାଉ କି ନ ଥାଉ ଲୋକେ ଭୋଟ୍ ଦିଅନ୍ତୁ କି ନ ଦିଅନ୍ତୁ ସେଥି ପ୍ରତି ଖାତିର ନାହିଁ ବେଣୁ ମଉସାଙ୍କର । ହେଲେ ସେ କିନ୍ତୁ ଏ ପରିଣତ ବୟସରେ କୌଣସି କଥାକୁ ଖାତିର ନ କରି ଆଗେଇ ଆସିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଆମେ ଆପଣଙ୍କୁ କହି ରଖୁଛୁ ପୂର୍ବରୁ ବି ବେଣୁ ମଉସା ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ବେଣୁ ମଉସା ବାଲେଶ୍ଵର ବାସି ହୋଇଥିବାରୁ ୨୦୨୦ ମସିହାରେ ସେ ବାଲେଶ୍ଵର ଉପନିର୍ବାଚନରୁ ସ୍ଵଧିନ ପ୍ରାର୍ଥୀ ଭାବେ ଲଢିଥିଲେ । ମଉସା ସେଥରକ ନିର୍ବାଚନ ହାରି ଯାଇଥିଲେ ସତ କିନ୍ତୁ ଜିତି ଥିଲେ ଅନେକ ସାଧାରଣ ଲୋକଙ୍କ ମନ ।
ଏଥର ବି ସେ ହାରି ନ ଯାଇ ମନୋବଳ ନ ଭାଙ୍ଗି ନିର୍ବାଚନ ଲଢିବାର ନିଷ୍ପତ୍ତି ନେଇଛନ୍ତି । ହୁଏ ତ ସେ ଏଥରକ ବି ଜାଣିଥିବେ ଲୋକେ ଦଳ ପଛରେ ପଡି ତାଙ୍କୁ ଭୁଲିଜିବେ ବୋଲି । ହେଲେ ତାଙ୍କର କିନ୍ତୁ ହାର ଜିତ୍ କୁ ଖାତିର ନାହିଁ ।
ବର୍ତ୍ତମାନ ରାଜନୈତିକ ଦୁର୍ନୀତି ଓ କଳହକୁ ଆଖି ଆଗରେ ରଖି ସେ ଏଥର ଲଢ଼ିବେ ବାଲେଶ୍ଵର ବାସୀଙ୍କ ସ୍ୱାର୍ଥ ପାଇଁ । ମଉସା ହୁଏ ତ ଆଜିର ଯୁବ ପୀଢ଼ି ପାଇଁ ଏକ ଭଲ ଉଦାହରଣ । ଯେଉଁଠି ବର୍ତ୍ତମାନର ଯୁବ ପୀଢ଼ି ସୋସିଆଲ ମିଡିଆରେ ଆକ୍ଟିଭ ରହି କେବେ କ୍ରିକେଟର ତ କେବେ ସେଲିବ୍ରେଟିଙ୍କ ପାଇଁ ଝଗଡା ଲାଗୁଛନ୍ତି ସେହି ସମୟରେ ଏହି ବୃଦ୍ଧ ଜଣଙ୍କ ସେମାନଙ୍କ ପାଇଁ ଏକ ବଡ ଉଦାହରଣ ପାଲଟିଛନ୍ତି ।