ଏହି ସରକାରୀ ଅଫିସରଙ୍କୁ ଟାର୍ଗେଟ କରିଲେ ଅପରାଜିତା, କହିଲେ ନିୟମ ଭଙ୍ଗ କରିଲେ ରୁହନ୍ତୁ ସାବଧାନ….

ବିରୋଧୀ ଦଳ ଟାର୍ଗେଟରେ ସରକାରୀ ଅଧିକାରୀ। ଅନେକ ସରକାରୀ ଅଧିକାରୀ ଶାସକ ଦଳର କର୍ମକର୍ତ୍ତା ଭଳି କାର୍ଯ୍ୟ କରୁଥିବା ହେଉଛି ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ଏସ୍ପି ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର୍ ଧରିଛି। ଏଥିନେଇ ବିଜେପି ନେତ୍ରୀ ଅପରାଜିତା ଷଢଙ୍ଗୀ ପ୍ରଶ୍ନ ଉଠାଇଛନ୍ତି।
ତାଙ୍କ କହିବା ମୁତାବକ ଏଭଳି ୪ ରୁ ୬ ଜଣ ଅଫିସର ରହିଛନ୍ତି ଯେଉଁମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ ନଜ଼ର ରହିଛି। ସମ୍ବିଧାନକୁ ସମ୍ମାନ ଦେଇ ସେମାନଙ୍କୁ ସୁଧୁରିଯିବା ପାଇଁ ଚେତାବନୀ ଦେଇଛନ୍ତି ଅପରାଜିତା। କେବଳ ଏହି ଅଧିକାରୀ ନୁହେଁ ବରଂ ପୂର୍ବରୁ 5T ସଚିବଙ୍କର ବିଜେଡି ସଭା ଗୁଡିକରେ ଯୋଗ ଦେବା ଏବଂ ରାଜନୈତିକ ମନ୍ତବ୍ୟ ଦେବାକୁ ନେଇ ଝଡ଼ ସୃଷ୍ଟି ହୋଇସାରିଛି।
ଏଭଳି ପରିସ୍ଥିତିରେ ଗତକାଲି ଆୟୋଜିତ ହୋଇଥିବା ଏକ ଆଦିବାସୀ ମାରାଥନ ଦୌଡ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହିତ ଅନେକ ଅଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଏସପି ଏବଂ ଜିଲ୍ଲାପାଳ ଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟୋ ଥିବା ଟି-ସାର୍ଟ ପରିଧାନ କରିଥିଲେ ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଘଟଣାର ଏକ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଜଣେ ବ୍ୟକ୍ତି। ଯାହାକୁ ରିଟ୍ୱିଟ କରିବା ସହିତ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ଦେଇଥିଲେ। ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସହ ଶାସକ ଦଳ ବିଜେଡିର ସୁପ୍ରିମୋ ଅଟନ୍ତି। ତେଣୁ, ସଭାରେ ଜଣେ ସରକାରୀ ଅଧିକାରୀ ତାଙ୍କ ଫୋଟୋ ଥିବା ଟି-ସାର୍ଟ ପିନ୍ଧି ନିୟମ ଉଲ୍ଲଂଘନ କରିଥିବା ଅପରାଜିତା କହିଛନ୍ତି।
ଆହୁରି ପଢ଼ନ୍ତୁ:- ମିସ୍ ୟୁନିଭର୍ସ ପ୍ରତିଯୋଗୀଙ୍କ ଗମ୍ଭୀର ଅଭିଯୋଗ, ଆୟୋଜକ ଆମ ଅନ୍ତବସ୍ତ୍ର ଖୋଲି ଆମସହ ସେମାନେ...