ନିଜ ସମସ୍ୟା ନିଜେ ବଢାଇଛନ୍ତି ଅପରାଜିତା, ଅପରାଜିତାଙ୍କୁ ଘାରିଲାଣି ହାରିବା ଭୟ, ଜାଣନ୍ତୁ ପୁରା ଖବର

 
Aparajita sarangi

ନିର୍ବାଚନ ଯେତିକି ପାଖେଇ ଆସୁଛି ସାଂସଦ ଅପରାଜିତା ଶଢଙ୍ଗୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ନିଜ ପାଇଁ ବଢୁଥିବା ସମସ୍ୟା ପାଇଁ ସେ ନିଜେ ହିଁ ଦାୟୀ ବୋଲି କୁଆଡେ ଚର୍ଚ୍ଚା ହେବାରେ ଲାଗିଛି। ଏବେ ନିର୍ବାଚନ ବେଳେ ଚାରିଦିଗରୁ ବିରୋଧୀ ତାଙ୍କୁ ଘେରି ରହିଥିବା ବେଳେ ମ୍ୟାଡ଼ାମଙ୍କୁ ହାରିବା ଚିନ୍ତା ଘାରିବାରେ ଲାଗିଛି।

Aparajita

ଗତ ନିର୍ବାଚନରେ ମାତ୍ର ୨୩ ହଜ଼ାରରୁ କିଛି ଭୋଟରେ ଜିତିଥିଲେ। କିନ୍ତୁ, ଆଗାମୀ ନିର୍ବାଚନରେ ପରିଣାମ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଗତ ନିର୍ବାଚନରେ ବେଗୁନିଆ ଏବଂ ଜଟଣୀର କଂଗ୍ରେସ ଭୋଟରମାନଙ୍କ ସମର୍ଥନ ମ୍ୟାଡ଼ାମଙ୍କ ପାଇଁ ଆଶୀର୍ବାଦ ସାଜିଥିଲା। କିନ୍ତୁ, ଚଳିତ ବର୍ଷ ତାଙ୍କୁ ଏହି ଭୋଟ ଗୁଡିକ ମିଳିବନାହିଁ ବୋଲି ଜାଣିବା ପରେ ଅପରାଜିତାଙ୍କ ମୁଣ୍ଡରେ ଚଡକ ପଡିଛି।

Jagdev

ଖାସ୍ କରି ସେ ଏକଦା ଯେଉଁମାନଙ୍କୁ ଟିକେଟ ପ୍ରଦାନ କରିଥିଲେ ସେମାନେ ହିଁ ତାଙ୍କ ପରାଜୟର କାରଣ ସାଜିବେ ବୋଲି କୁହାଯାଉଛି। ଏକଦା ଯେଉଁ ବାହୁବଳୀ ଜଗଦେବଙ୍କୁ ନେଇ ଅପରାଜିତା ହୁଲୁସ୍ତୁଲ କରି ଦେଇଥିଲେ। ଏବେ ସେହି ଜଗଦେବଙ୍କୁ ପ୍ରଚାର ମୁଖିଆ ଭାବରେ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଅତ୍ୟନ୍ତ ଅନୁଗତ କାଳୁ ଖଣ୍ଡାୟତରାୟଙ୍କୁ ଏକଘରିଆ କରି ରଖାଯାଇଛି ଯାହାର କାରଣ ଏପର୍ଯ୍ୟନ୍ତ ସୁଦ୍ଧା ଅସ୍ପଷ୍ଟ ରହିଛି। 

କେବଳ ସେତିକି ନୁହେଁ ବରଂ ଜୟଦେବ ଏବଂ ରାଜଧାନୀରେ ମଧ୍ୟ ଅପରାଜିତାଙ୍କର ସମାନ ସ୍ଥିତି ଅଟେ। ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କର ରୋଡ଼ ସୋ’କୁ ମଧ୍ୟ ସେଭଳି ରେସ୍ପନ୍ସ ମିଳିଲାନାହିଁ। ବିଜେପି ଏବଂ ଅପରାଜିତାଙ୍କ ପ୍ରତି ରାଜଧାନୀବାସୀଙ୍କ ଆକ୍ରୋଶ ସ୍ପଷ୍ଟ ବାରି ହୋଇ ପଡୁଛି। ୫ ବର୍ଷ ଭିତରେ ହଂସପାଳ ଓଭରବ୍ରିଜ୍ ଏବଂ ପଳାଶୁଣିରେ ଫୁଟ ଓଭରବ୍ରିଜ୍ ମଧ୍ୟ ସମ୍ଭବ ହୋଇ ପାରିଲା ନାହିଁ। ଯାହାପରେ ଅପରାଜିତାଙ୍କୁ ଲୋକେ କେଉଁ କାରଣରୁ ବିଶ୍ୱାସ କରିବେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।