ନିଜ ସମ୍ପତ୍ତି ବିଷୟରେ ରିପୋର୍ଟ ପ୍ରଦାନ କରିଲେ ଅପରାଜିତା ଶଢ଼ଙ୍ଗୀ! ଜାଣିଲେ ଆପଣଙ୍କ ଉଡିଯିବ ହୋସ୍

 
Aparjita

ନିର୍ବାଚନ ପୂର୍ବରୁ ନିଜର ସମ୍ପତ୍ତି ବିଷୟରେ ସୂଚନା ଦେଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଶଢଙ୍ଗୀ। ତାଙ୍କ ପାଖରେ ମୋଟ ୨ କୋଟି ୫ ଲକ୍ଷ ଟଙ୍କାର ସ୍ତାବର ଅସ୍ତାବର ସମ୍ପତ୍ତି ରହିଥିବା ସେ ନିଜ ସମ୍ପତ୍ତି ତାଲିକାର ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ପୂର୍ବରୁ ଜଣେ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରି ସାରିଥିବା ଅପରାଜିତାଙ୍କ ପକ୍ଷରେ ୨ ଲକ୍ଷ ଟଙ୍କାର କ୍ୟାସ୍ ରହିଛି।

Aparajita

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହା ବ୍ୟତୀତ ବାପୁଜୀ ନଗର କାନାରା ବ୍ୟାଙ୍କରେ ୨୨ ଲକ୍ଷ ଟଙ୍କା, ଲୁଇସ ରୋଡ୍ ଆଇଡିବିଆଇ ବ୍ୟାଙ୍କରେ ୪ ଲକ୍ଷ ଟଙ୍କା, ଆଇଆରସି ଭିଲେଜ ଏସବିଆଇରେ ୧୦ ଲକ୍ଷ ଟଙ୍କା, ନୂଆଦିଲ୍ଲୀ କୃଷିଭବନ ଏସବିଆଇରେ ତାଙ୍କ ନାମରେ ୨୨ ଲକ୍ଷ ଟଙ୍କା ରହିଛି। ସେହିଭଳି ଭାବରେ ତାଙ୍କ ପାଖରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ଏକ କାର ମଧ୍ୟ ରହିଛି। 

Aparajita

ଅନ୍ୟପକ୍ଷରେ ତାଙ୍କ ପାଖରେ ୧୧୫୦ ଗ୍ରାମର୍ ବିଭିନ୍ନ ଅଳଙ୍କାର ମଧ୍ୟ ରହିଛି, ଯାହାର ମୂଲ୍ୟ ୭୪ ଲକ୍ଷ ଟଙ୍କା ହେବ। ତାଙ୍କ ନାମରେ କୌଣସି ବ୍ୟବସାୟିକ କୋଠା ରହିନଥିବା ସେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୨୨-୨୩ରେ ଅପରାଜିତାଙ୍କ ଆୟ ୨୪ ଲକ୍ଷ ୨୨ ହଜାର ୩୩୦ ଟଙ୍କା ହୋଇଥିବା ବେଳେ ତାଙ୍କ ନାମରେ କୌଣସି ଋଣ ମଧ୍ୟ ନଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ:- ଫୋନ୍ ଟର୍ଚ ଲାଇଟ ସାହାଯ୍ୟରେ ଅପରେସନ କରିଲେ ଡାକ୍ତର! ନବଜାତ ଶିଶୁ ସମେତ ମହିଳାଙ୍କ ମୃତ୍ୟୁ….