ପାଣ୍ଡିଆନଙ୍କ ପାଇଁ ବିଜେଡ଼ିକୁ ଲାଗିଲା ଶକ୍ତ ଝଟକା, ଏବେ ପାଣ୍ଡିଆନଙ୍କ ଭବିଷ୍ୟତ କଣ ହେବ? ଜାଣନ୍ତୁ ପୁରା ଖବର

 
Pandian future

ସରି ଯାଇଛି ୨୦୨୪ ସାଧାରଣ ନିର୍ବାଚନ । ପ୍ରାୟ ୨୫ ବର୍ଷ ଧରି ଶାସନରେ ରହିଥିବା ବିଜେଡିକୁ ଏଥରକ ନିର୍ବାଚନ ଆଶ୍ଚର୍ଯ୍ୟ କରି ଦେଇଛି । ଏପରିକି ନିଜେ ନବୀନ ପଟ୍ଟନାୟକ ମଧ୍ୟ କଣ୍ଟାବାଞ୍ଜିରେ ହାରି ଯାଇଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବର୍ତ୍ତମାନ ସମୟରେ ନବୀନଙ୍କୁ ନେଇ ଯେତେ ଚର୍ଚ୍ଚା ଦେଖିବାକୁ ମିଳୁ ନାହିଁ ତେବେ ପାଣ୍ଡିଆନଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ଗାଆଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ପାଣ୍ଡିଆନଙ୍କୁ ନେଇ ଅନେକ ପ୍ରଶ୍ନ ଦେଖିବାକୁ ମିଳୁଛି । 

Pandian

ବିଜେଡିର ହାରିବା ପରେ ପାଣ୍ଡିଆନଙ୍କର କଣ ହେବ ? ଏବେ ସେ କେଉଁଠି ? ସେ ନବୀନଙ୍କ ପାଖରେ ରହି ପୁଣି ରାଜନୀତି କରିବେ ନା ଏଣିକି ରାଜ୍ୟ ଛାଡ଼ି ପଳାଇବେ ? ଏପରି ଅନେକ ପ୍ରଶ୍ନ । 

ତେବେ ପାଣ୍ଡିଆନଙ୍କୁ ତ ଆପଣ ସମସ୍ତେ ବେଶ୍ ଭଲ ଭାବେ ଜାଣିଥିବେ । ଯେ କି ଜଣେ ଆଇଏସ ଅଫିସର ଥିଲେ । ୨୦୧୪ରେ ପ୍ରଥମ ଥର ପାଇଁ ପାଣ୍ଡିଆନ ନବୀନଙ୍କ ମୁଖ୍ୟ ସଚିବ ରୂପେ ନିଯୁକ୍ତି ପାଇଥିଲେ । ମାତ୍ର ୨୦୨୪ରେ ପଦବୀରେ ଥାଇ ବିଜେଡି ପାଇଁ ପ୍ରଚାର ପ୍ରସାର କରିଥିଲେ । ଯାହା ପାଇଁ ତାଙ୍କୁ ପଛରେ ଇସ୍ତଫା ମଧ୍ୟ ଦେବାକୁ ପଡ଼ିଥିଲା । 

ତେବେ ବର୍ତ୍ତମାନ ନିର୍ବାଚନ ସମୟର ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆପଣ ଦେଖିବାକୁ ପାଇବେ ପାଣ୍ଡିଆନ କିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ସେ କହୁଛନ୍ତି ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି ତେବେ ସେ ରାଜନୀତି ଛାଡ଼ିଦେବେ ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପାଣ୍ଡିଆନ ଏଣିକି ରାଜନୀତି କରିବେ ନା ରାଜନୀତି ଛାଡ଼ିଦେବେ ?