ସୌମ୍ୟ ଆଉଟ୍ ସବ୍ୟ ଇନ୍, ଖଣ୍ଡପଡ଼ାରୁ ବିଜେଡ଼ି ଟିକେଟରୁ ଲଢିବେ ଅଭିନେତା ସବ୍ୟସାଚୀ

 
Sabyasachi

ଏବେ ରାଜନୀତିରେ କମ୍ ଦେଖିବାକୁ ମିଳୁଛନ୍ତି ନେତା , ଦେଖିବାକୁ ମିଳୁଛନ୍ତି ବେଶୀ ଅଭିନେତା ! ରାଜ୍ୟ ରାଜନୀତି ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଇ ଭାଗ କରିଛି । କିଏ ବିଜେଡିରେ ମିଶୁଛି ତ କିଏ ବିଜେପିରେ । ନିଜ ନିଜ ସ୍ୱାର୍ଥ ଅନୁସାରେ ଦଳ ପରିବର୍ତ୍ତନ କରୁଛନ୍ତି ଅଭିନେତା ଅଭିନେତ୍ରୀ ।

Follow our WhatsApp channel and get all the Latest news

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now
ଏଥି ମଧ୍ୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେଡିର ଏକ ନୂଆ ପ୍ରାର୍ଥୀ ଘୋଷଣା । ଏବେ ଖଣ୍ଡପଡ଼ାରୁ ବିଜେଡି ତରଫରୁ ଲଢ଼ିବେ ସବ୍ୟସାଚୀ । ବିଜେଡିର ଗୋଟିଏ ପରେ ଗୋଟିଏ ଷ୍ଟାରଙ୍କ ନାମ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି ।
R
ଅନୁଭବ , ଅରିନ୍ଦମ ଓ ଆକାଶଙ୍କ ଭଳି ଅଭିନେତା ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ବିଜେଡିର ପଲା ଯେପରି କମ୍ ଭାରି ପଡ଼ି ଯାଇଥିଲା । ହେଲେ ଏବେ ବିଜେଡିର ଷ୍ଟାର ପଲିଟିକ୍ସ ଏବେ ସବୁଠାରୁ ଭାରି ରହିଛି । 
ବିଜେଡି ହାଉସ୍ ରେ ଏବେ ଖାଲି ଅଭିନେତା ଓ ଅଭିନେତ୍ରୀଙ୍କ ଭିଡ । ସେ ହାସ୍ୟ ଅଭିନେତା ହୁଅନ୍ତୁ କି ବାବୁଶାନ୍ , ଅମ୍ଳାନ , ପ୍ରକୃତି , ସବ୍ୟସାଚୀ ଆଦିଙ୍କ ଭଳି ବଡ ବଡ ଅଭିନେତା । ସମସ୍ତେ ଏବେ ମିଶିବେ ବିଜେଡିରେ ।